କଟକ:ବାଙ୍କୀ ଅଞ୍ଚଳର କିଛି ସମବାୟ ସମିତିରେ ଅନୁଶାସନ ହୀନତା ଓ ଅନିୟମିତତା ବିଷୟରେ ଗୁରୁତର ଅଭିଯୋଗ ଆସୁଛି। ଅଭିଯୋଗ ଅନୁଯାୟୀ, ARCS ଶ୍ରୀ ସୁରେନ୍ଦ୍ର ଜେନା ଓ SARCS ଶ୍ରୀ ସରୋଜ ଜେନାଙ୍କ ବିରୁଦ୍ଧରେ ଅନେକ ସମିତିରେ ଏକତରଫା ଭାବରେ କାର୍ଯ୍ୟ କରିବା ଓ ଫୋନ ମାଧ୍ୟମରେ ସଭାରେ ଅଶାନ୍ତି ସୃଷ୍ଟି ପାଇଁ ପ୍ରେରଣା ଦେବା ନେଇ ଗଭୀର ଅଭିଯୋଗ ଉଠିଛି। ଏହା ସମ୍ବନ୍ଧୀୟ ଫୋନ ରେକର୍ଡ ଯାଞ୍ଚ କରାଯିବାକୁ ଦାବି କରାଯାଉଛି।ଏହା ସହିତ, ଅଭିଯୋଗ ରହିଛି ଯେ ସମିତି ଗୁଡ଼ିକରେ ଅନାବଶ୍ୟକ ହସ୍ତକ୍ଷେପ, ଅବୈଧ ପୋଷ୍ଟିଂ ଓ ଭ୍ରାନ୍ତ ରିପୋର୍ଟ ମାଧ୍ୟମରେ ଅର୍ଥ ଆଦାୟ କରାଯାଉଛି। କିଛି DEO ମାନଙ୍କୁ ଅନୁଚିତ ଭାବରେ ସମ୍ପାଦକ କିମ୍ବା ସହ-ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହି ପ୍ରସଙ୍ଗରେ DRCS କାର୍ଯ୍ୟାଳୟ ଅବଗତ ଥିଲେ ସୁଦ୍ଧା କୌଣସି ପ୍ରଭାବଶୀଳ ପଦକ୍ଷେପ ନ ନେବା ପ୍ରଶ୍ନ ଉଠାଉଛି। ଏହା ଉପରେ Collector ଓ RCS, Odisha ମୋହଦୟ ଙ୍କ ତତ୍କାଳ ହସ୍ତକ୍ଷେପ ଆବଶ୍ୟକ ବୋଲି ଦାବି କରାଯାଇଛି।ଏହି ସମସ୍ତ ଅଭିଯୋଗ ଉପରେ ସ୍ୱତନ୍ତ୍ର ତଦନ୍ତ କରାଯାଇ, ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦୃଢ଼ ଦାବି କରାଯାଇଛି ।
