ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ସୋମବାର ସିଜେପି ସମର୍ଥକଙ୍କ ଉପରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଏପରି ଆନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟର ଶେୟାର କରି ସିଜେପି ପକ୍ଷରୁ ଦେଶର ପ୍ରତ୍ୟେକ ଜିଲ୍ଲା। ଗୋଟିଏ ଦିନ। ଗୋଟିଏ ଦାବି ସ୍ଲୋଗାନ୍ ଅଧୀନରେ ଏକାଠି ପ୍ରତିବାଦ ପାଇଁ ଆହ୍ୱାନ ଦିଆଯାଇଛି। ପୋଲିସ କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ହୋଇଥିବା ଶିକ୍ଷାର୍ଥୀଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେବାକୁ ଦଳ ପରାମର୍ଶ ଦେଇଛି।
