ଭୁବନେଶ୍ୱର:କଟକ ଭୁବନେଶ୍ୱରରେ କାର୍ଯ୍ୟରତ କିଛି ବରିଷ୍ଠ ଆଇପିଏସ ଅଧିକାରୀ ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ରାଜ୍ୟ ପୋଲିସର ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ ଅଧିକାରୀମାନଙ୍କ ଅନୁପସ୍ଥିତିକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏଣିକି ବିନା ଅନୁମତିରେ କୌଣସି ଅଧିକାରୀ କାର୍ଯ୍ୟକ୍ରମରୁ ବାଦ୍ ପଡ଼ିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଓ ଭୁବନେଶ୍ୱରରେ ଅବସ୍ଥାପିତ ପ୍ରାୟ ୩୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସତର୍କ କରାଯାଇଛି । ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ଅଧିକାରୀ ଯଦି ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଯୋଗୁଁ ଅନୁପସ୍ଥିତ ରହିବାକୁ ଚାହାନ୍ତି । ତେବେ ସେଥିପାଇଁ ସେମାନଙ୍କୁ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ ।
