ଭୁବନେଶ୍ୱର: ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ନିଗମ ଗଠନ ନେଇ ଖୁଵ ଶୀଘ୍ର ଦୁଇଟି ରାଜ୍ୟକୁ ଯିବ ଓଡିଶା ଟିମ । ନିଗମ ଗଠନ ନେଇ ଖୁଵ ଶୀଘ୍ର ଦୁଇଟି ରାଜ୍ୟକୁ ଓଡିଶା ଟିମ ଯିବ। ଏ ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ ଯାଇ ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ । ୨୦୭ ମେଗା ପ୍ରକଳ୍ପ, ୧୮୭୦୦ ସିଙ୍ଗଲ ଭାଲଭ, ୬୫୫୧ ସୋଲାର ସିଷ୍ଟମ ପ୍ରକଳ୍ପକୁ ପରିଚାଳନା ନିଗମ ନିରୀକ୍ଷଣ କରିବ । ନୂଆ ନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ପାଇଁ ଗୋଟିଏ ଏଜେନ୍ସୀକୁ ଦିଆଯିବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଂଚକୁ ହସ୍ତାନ୍ତର କରିବୁ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ। ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ । ୧୯ ଟି ପଏଣ୍ଟ ଭାରତ ସରକାର ଦେଇଛନ୍ତି ତାକୁ ଆଧାର କରିକି ସରକାର ନୀତି ପ୍ରଣୟନ କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।
