ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ନିର୍ମିତ ‘ଅପଭ୍ରଂଶ’ ଫିଲ୍ମକୁ ଦୃଢ଼ ବିରୋଧ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏଥିରେ ଜଗନ୍ନାଥ ସଂସ୍କୃତିକୁ ବିକୃତ ତଥା କାଳ୍ପନିକ ଭାବରେ ଉପସ୍ଥାପନ କରାଯାଇଥିବା ଦର୍ଶାଇ ସେ ଫିଲ୍ମର ମୁକ୍ତିଲାଭ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ଜୁଲାଇ ୧୦ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିଥାନ୍ତା। ହେଲେ ରିଲିଜକୁ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜା। ଜଗନ୍ନାଥଙ୍କ ମହିମାର ପ୍ରଚାର ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ହେବା ଉଚିତ। ବିକୃତ ଓ କାଳ୍ପନିକ ଉପସ୍ଥାପନା ଅସଂଖ୍ୟ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଇବ ବୋଲି କହିଛନ୍ତି ଗଜପତି ମହାରାଜା। ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ କୌଣସି ବି ଅପମାନ ବା ଭୁଲ ତଥ୍ୟକୁ ଗଜପତି ମହାରାଜା ସର୍ବଦା ଗଭୀର ବିରୋଧ କରିଆସୁଛନ୍ତି। ଅନ୍ୟପଟେ ଏହି ଘଟଣାରେ ଆକ୍ସନ ହେବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଜଗନ୍ନାଥଙ୍କ ଉପରେ ‘ଅପଭ୍ରଂଶ’ ଫିଲ୍ମକୁ ନେଇ ମୁଖ୍ୟ ପ୍ରଶାସକଙ୍କ କଡ଼ା ଆଭିମୁଖ୍ୟ। ଭକ୍ତଙ୍କ ଭାବାବେଗ ସହ ଖେଳିବାର କାହାର ଅଧିକାର ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ନିଷ୍ପତ୍ତି ନେବ। ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଆକ୍ସନ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।
