ଭୁବନେଶ୍ୱର: ବେସରକାରୀ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ପ୍ରଦାନ ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଏନ୍ଓସି ରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ହେଇଥିବା ଘଟଣା ନଜର କୁ ଆସିଛି, ବିଭାଗୀୟ ନିୟମାବଳୀ କୁ ଉଲ୍ଲଂଘନ କରି ଏନ୍ଓସି ପ୍ରଦାନ ଏବଂ ବହୁ ବର୍ଷ ଧରି ଏନ୍ଓସି ନବୀକରଣ ନକରି ବେସରକାରୀ ବିଦ୍ୟାଳୟ ଚାଲୁଥିବା ଘଟଣା ସୁଚନା ଆଇନ୍ ଅଧିକାର ତଥ୍ୟ ଦ୍ଵାରା ହସ୍ତଗତ ହେବାପରେ ଏସମ୍ବନ୍ଧରେ ରାଜ୍ୟ ମାନବାଧିକାର ଆୟୋଗ ଙ୍କ ନିକଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି ଆୟୋଗ ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଶିକ୍ଷା ସଚିବଙ୍କୁ ନୋଟିସ ଜାରି କରିଛନ୍ତି ବୋଲି ରାଷ୍ଟ୍ରୀୟ ମାନବାଧିକାର ସାମ୍ମୁଖ୍ୟର ସଭାପତି ଶ୍ରୀ ରମେଶ ଭାରତୀ ଏବଂ ଆବାହକ ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେସ୍ ବିବୃତ୍ତି ରେ ଜଣାଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ବେସରକାରୀ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ଅର୍ଥାତ୍ ନବମ ଦଶମ ଶ୍ରେଣୀ ଖୋଲିବା ନିମନ୍ତେ ଗଣଶିକ୍ଷା ବିଭାଗ ତରଫରୁ ସର୍ତମୂଳକ ଏନ୍ଓସି ପ୍ରଦାନ କରାଯାଉଛି,ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏନ୍ଓସି ପ୍ରଦାନ ନିମନ୍ତେ ଧାର୍ଯ୍ୟ ବିଭିନ୍ନ ନିୟମାବଳୀ କୁ ତର୍ଜମା କରି ସର୍ତମୂଳକ ଏନ୍ଓସି ପ୍ରଦାନ କରନ୍ତି ଯାହାକି ପ୍ରତ୍ୟେକ ବର୍ଷ ନବୀକରଣ କରିବା କଥା, କିନ୍ତୁ ଆଶ୍ଚର୍ଯ୍ୟର କଥା ସୁଚନା ଅଧିକାର ଆଇନ୍ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ରେ ବହୁ ବେସରକାରୀ ବିଦ୍ୟାଳୟ ବିନା ଏନ୍ଓସି ରେ ଚାଲିଛି ଏବଂ ରାଜଧାନୀ ଭୁବନେଶ୍ୱରରେ ଏହାର ସଂଖ୍ୟା ସର୍ବାଧିକ ଏବଂ ବିଦ୍ୟାଳୟ ଗୁଡ଼ିକ ଜାଲର କାଗଜପତ୍ର ମାଧ୍ୟମରେ ସିବିଏସଇ ସହ ଅନୁବନ୍ଧିତ ମଧ୍ୟ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଦିଆଯାଉଥିବା ସର୍ତ ମୁଳକ ଏନ୍ଓସି ରେ ଏକବର୍ଷ ମଧ୍ୟରେ ସର୍ତ୍ତାବଳୀ ପୁରଣ କରିବା ନିମନ୍ତେ ସର୍ତ୍ତ ରହିଛି ନଚେତ୍ ଏନ୍ଓସି ନବୀକରଣ କରାଯିବ ନାହିଁ, କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚଞ୍ଚକତା କରି ସର୍ତ୍ତ ପୁରଣ କରୁନାହାନ୍ତି ଏବଂ ନବୀକରଣ ମଧ୍ୟ କରୁନାହାନ୍ତି,କେତେକ ସ୍କୁଲ ରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମଧ୍ୟ ଜାଲର ଭାବରେ ଦିଆଯାଇଥିବା ନଜରକୁ ଆସିଛି। ଏନ୍ଓସି ପ୍ରଦାନ କ୍ଷେତ୍ରରେ ଏହିଭଳି ବହୁ ଅନିୟମିତତା ସାମ୍ନାକୁ ଆସିବା ପରେ ଶିକ୍ଷା ସଚିବଙ୍କୁ ଅଭିଯୋଗ କରାଯାଇଥିଲା, କିନ୍ତୁ ବିଭାଗୀୟ ଅଧିକାରୀ ଏସମ୍ପର୍କରେ କୌଣସି ଉତ୍ତର ରଖି ପାରିନଥିଲେ। ଛାତ୍ରଛାତ୍ରୀ ମାନଙ୍କ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ବାଧ୍ୟହୋଇ ମାନବାଧିକାର ସାମ୍ମୁଖ୍ୟ ତରଫରୁ ମାନବାଧିକାର ଆୟୋଗ ଙ୍କ ନିକଟରେ ମାମଲା ରୁଜୁ କରାଯାଇଥିଲା। ଆଜିର ପ୍ରେସ୍ ବିବୃତ୍ତିରେ ଆବାହକ ଭୁମୋହନ ପଟ୍ଟନାୟକ, ତପନ ପତି, ଆଡଭୋକେଟ୍ ନିଳକଣ୍ଠ ରଥ,ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
