ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଚେନ୍ନାଇ ସୁପର କିଙ୍ଗସ୍ (CSK)। ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦୯ ରନର ବିଶାଳ ସ୍କୋର କରିବା ସହ ଚେନ୍ନାଇ ଏବେ ଆଇପିଏଲ୍ରେ ସର୍ବାଧିକ ଥର ୨୦୦ ବା ତା’ଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ଦଳ ପାଲଟିଛି। ଏହି ମହାନ ରେକର୍ଡ ସହ CSK ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (RCB) କୁ ପଛରେ ପକାଇ ଦେଇଛି।ସୂଚନା ଅନୁଯାୟୀ, IPL ଇତିହାସରେ ୩୬ ତମ ଥର ପାଇଁ ଚେନ୍ନାଇ ୨୦୦ ରନ ଅତିକ୍ରମ କରିଛି। ପୂର୍ବରୁ ଏହି ରେକର୍ଡ RCB ନାମରେ ଥିଲା, ଯିଏକି ୩୫ ଥର ଏହି ସଫଳତା ପାଇଛି। ଏହି ତାଲିକାରେ ପଞ୍ଜାବ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପଛରେ ନାହାଁନ୍ତି; ଉଭୟ ଦଳ ୩୨ ଥର ଲେଖାଏଁ ୨୦୦ ବା ତା’ଠାରୁ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି।
