ପଶ୍ଚିମବଙ୍ଗ:ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି ।କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ, ସବସିଡିଯୁକ୍ତ ଖାଦ୍ୟ ପୁରା ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗରେ ମମତା ସରକାର ସମୟରେ କ୍ୟାଣ୍ଟିନ ହୋଇଥିଲା । ଏଠାରେ ୫ ଟଙ୍କା ଅଣ୍ଡା-ଭାତ ମିଳୁଥିଲା । କିନ୍ତୁ ଏବେ ଶ୍ରମିକ ଠାରୁ ଆରମ୍ଭ କରି ଅଟୋ ରିକ୍ସା ଚଲାଉଥିବା ଲୋକ ମଧ୍ୟ ୫ ଟଙ୍କାରେ ଭାତ-ମାଛ ଖାଇପାରିବ ।ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମସିର ଅଭିଯୋଗର ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି । କାରଣ ନିର୍ବାଚନ ସମୟରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ, ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ । ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ ଖାଦ୍ୟ ଖାଇବାରୁ ବଞ୍ଚିତ ହେବେ ।
