ପୁରୀ: ଟ୍ରାକ୍ରୁ ଖସିଲା ତାଳଚେର-ପୁରୀ ମେମୁ ପାସେଞ୍ଜର । ଟ୍ରେନ୍ଟି ପୁରୀ ରେଲୱେ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ପ୍ରବେଶ ପୂର୍ବରୁ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ତାଳେଚରରୁ ପୁରୀ ଆସୁଥିବା ମେମୁ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି । ପୁରୀ ଷ୍ଟେସନର ୫୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି । ମେମୁ ଟ୍ରେନଟି ୩ ନମ୍ବର ପ୍ଲାଟଫର୍ମରେ ପ୍ରବେଶ କରିବା ସମୟରେ ଟ୍ରାକ୍ରୁ ବିଚ୍ୟୁତ୍ ହୋଇଛି । ୩ ନମ୍ବର ପ୍ଲାଟଫର୍ମକୁ ଟ୍ରେନ୍ଟି ପ୍ରବେଶ କରିବା ବେଳେ ଗତି ଧିର ଥିଲା । ସେହି ସମୟରେ ଟ୍ରେନର କିଛି ଚକ ଟ୍ରାକ୍ ବାହାରକୁ ପଳାଇ ଆସିଥିଲା । ଟ୍ରେନ୍ରେ ପ୍ରାୟ ୭୦୦ ଯାତ୍ରୀ ଥିବାବେଳେ ସମସ୍ତେ ବଡ଼ ବିପଦରୁ ରକ୍ଷା ପାଇ ଯାଇଛନ୍ତି । କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନାହିଁ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇ ମେମୁକୁ ପୁଣି ଟ୍ରାକ୍କୁ ଆଣିବାକୁ ରେଲୱେ କର୍ମଚାରୀ ଉଦ୍ୟମ କରୁଛନ୍ତି ।
