ଭୁବନେଶ୍ୱର: ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ, ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରିବ ଏନଆଇଏ । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା’ ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । NIA ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିଶନରେଟ ପୁଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ ଆରଡିଏକ୍ସର ବ୍ୟବହାର, ମଫି ର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼। ଠିକ ସେହିପରି ଏତେ ପରିମାଣର ଆରଡିଏକ୍ସ କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି ଏନଆଇଏ । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମୁଫିର ଗାର୍ଲଫ୍ରେଣ୍ଡକୁ ଅଧିକ ପଚରାଉଚରା କରୁଛି ଏନଆଇଏ ।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।
