ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାକୁ ରଦ୍ଦ କରିବା ଲାଗି,ସାନି ଆବେଦନ କରିଛନ୍ତି । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସିବିଆଇ କୋର୍ଟରେ ମାମଲାର ଶୁଣାଣି ଏକ ବର୍ଷ ଭିତରେ ସରିବା କଥା । କିନ୍ତୁ ୨ ବର୍ଷ ବିତଯାଇଥିଲେ ବି ଏହା ସମାପ୍ତ ହୋଇ ନାହିଁ । ଏହା ପ୍ରମାଣିତ କରୁଛି ଯେ, ତାଙ୍କ ବିରୁଦ୍ଧରେ ସେଭଳି ଠୋସ୍ ପ୍ରମାଣ ନାହିଁ ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ କରିବାରେ ଅସମର୍ଥ । ତେଣୁ ମାମଲାକୁ ରଦ୍ଦ କରିବା ଲାଗି ହାଇକୋର୍ଟରେ ସାନି ଆବେଦନ କରିଛନ୍ତି ପ୍ରଭାତ ବିଶ୍ୱାଳ । ଯାହା ଉପରେ ସିବିଆଇକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ମାସ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି । ଯେହେତୁ ବର୍ଷକ ଭିତରେ ମାମଲାର ଶୁଣାଣି ଶେଷ କରିବା ଲାଗି ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନଥିବା କାରଣରୁ, ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିବା ଦାୟର ପିଟିସନରେ ଉଲ୍ଲେଖ ହୋଇଛି ।
