ଭୁବନେଶ୍ୱର : ଓଡ଼ିଶା ସମବାୟ ବିଭାଗରେ ସ୍ୱଚ୍ଛତା, ଜବାବ ଦେହିତା ଓ ସୁଶାସନ କୁ ନେଇ ପୁଣିଥରେ ଗୁରୁତର ପ୍ରଶ୍ନ ଉଠିଛି। RTI ମାଧ୍ୟମରେ RCS Odisha ଓ ICM ଅଫିସରୁ ମିଳିଥିବା ତଥ୍ୟ ଏବେ ସମବାୟ ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତଥ୍ୟ ଅନୁସାରେ, ଶ୍ରୀ ଭକ୍ତବନ୍ଧୁ ସାହୁ, Addl. RCS(O), 2022-23 ମସିହାରେ ICM ହଷ୍ଟେଲରେ ରହୁଥିବା ସତ୍ତ୍ୱେ ଘରଭଡ଼ା ବାବଦରେ ହଜାର ହଜାର ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି।ଏହି RTI ତଥ୍ୟ ପ୍ରକାଶ ପାଇବା ପରେ ସାଧାରଣ ଲୋକଙ୍କ ମନରେ ଏକ ମୂଳ ପ୍ରଶ୍ନ ଉଠିଛି — ଯିଏ ନିଜ ଆର୍ଥିକ ହିସାବକୁ ସ୍ୱଚ୍ଛ ରଖିପାରୁ ନାହାଁନ୍ତି, ସେ କିପରି ସମବାୟ ଆଇନ ସଂଶୋଧନ ଓ ସୁଶାସନର ପାଠ ପଢ଼ାଇବେ ? “ସମବାୟକୁ ସୁଦୃଢ଼ କରିବା” ନାଁରେ କେତେକ ଅଧିକାରୀ ସିଷ୍ଟମକୁ ହିଁ “ସହକାରୀ ଭାବେ” ଲୁଟୁଥିବା ଅଭିଯୋଗ ଏବେ ଆହୁରି ଜୋର ଧରିଛି।ସମବାୟ ବିଭାଗରେ କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ନେଇ ଦୀର୍ଘଦିନ ଧରି ଆଲୋଚନା ଚାଲୁ ଥିବାବେଳେ, RTI ତଥ୍ୟ ଅନେକ ଲୁଚିଥିବା ସତ୍ୟକୁ ସାମ୍ନାକୁ ଆଣିଛି। “ସ୍ୱଚ୍ଛ ପ୍ରଶାସନ” ଓ “ଜିରୋ ଟୋଲରେନ୍ସ” ନାରା ଦିଆଯାଉଥିବା ସରକାର ସମୟରେ ଏଭଳି ଘଟଣା ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ଭରସାକୁ ଦୁର୍ବଳ କରୁଛି ବୋଲି ମତ ପ୍ରକାଶ ପାଉଛି।

ସମବାୟ ମହଳରେ ଏବେ ଚର୍ଚ୍ଚା ହେଉଛି ଯେ, “ବଡ଼ ବଡ଼ିଆ”ଙ୍କୁ ସୁରକ୍ଷା ଦେଇ ସାଧାରଣ କର୍ମଚାରୀଙ୍କ ଉପରେ ମାତ୍ର କାର୍ଯ୍ୟାନୁଷ୍ଠାନ ହେଉଛି କି ? ସମବାୟ ବିଭାଗ ର ଭକ୍ତବନ୍ଧୁ ଙ୍କ ଭଳି ଅଧିକାରୀଙ୍କ ପାଇଁ “ପିଟିସନ ବିଭାଗ” ଭାବେ ପରିଚିତ ହେବା ଏବେ ବିଭାଗର ସ୍ୱଚ୍ଛ ଛବି ଉପରେ ବଡ଼ ପ୍ରଶ୍ନଚିହ୍ନ ତିଆରି କରିଛି।
ସତ୍ୟନିଷ୍ଠ ସମବାୟ କର୍ମୀ, ସଦସ୍ୟ ଓ ସଚେତନ ନାଗରିକମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଦାବି କରିଛନ୍ତି।କେବେ ହେବ କାର୍ଯ୍ୟାନୁଷ୍ଠାନ ? ସମବାୟ ନିବନ୍ଧକ, ଓଡ଼ିଶା ଏଭଳି ଅଭିଯୋଗ ଉପରେ କେବେ କଠୋର ନିଷ୍ପତ୍ତି ନେବେ ? ଏହାକୁ ନେଇ ସମସ୍ତଙ୍କ ଦୃଷ୍ଟି ଏବେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଉପରେ ରହିଛି।ସୂଚନା ମିଳିଛି ଯେ, ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। ସେଥିରେ ଶ୍ରୀ ଭକ୍ତବନ୍ଧୁ ସାହୁଙ୍କୁ ତୁରନ୍ତ ସମବାୟ ନିବନ୍ଧକ କାର୍ଯ୍ୟାଳୟରୁ ବିଦା କରିବା ସହିତ ନିରପେକ୍ଷ ତଦନ୍ତ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରାଯିବ ବୋଲି ଜଣାପଡ଼ିଛି।
ଏବେ ପ୍ରଶ୍ନ — “ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି !” RTI ତଥ୍ୟ ପରେ ସତ୍ୟ କେତେଦିନ ଲୁଚି ରହିବ ?
