ଗୁଜୁରାଟ:ଗୁଜରାଟ ସମବାୟ ୟୁନିଅନ ପକ୍ଷରୁ ସମବାୟ ଜଗତର ପିତାମହ ଶ୍ରୀ Gheneswam H. Amin ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର ଓ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।1993 ମସିହାରୁ ଆଜି ପର୍ଯ୍ୟନ୍ତ ଗୁଜରାଟର ସମବାୟ ଆନ୍ଦୋଳନକୁ ନୂତନ ଦିଗ ଦେଇ ସେ କେବଳ ଗୁଜରାଟରେ ନୁହେଁ, ସମଗ୍ର ଭାରତରେ ମଧ୍ୟ ଏକ ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛନ୍ତି।ଭାରତର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହ ସମବାୟ କ୍ଷେତ୍ରକୁ ଶକ୍ତିଶାଳୀ କରିବାରେ ତାଙ୍କର ଅବଦାନ ଅତ୍ୟନ୍ତ ସ୍ମରଣୀୟ ଓ ପ୍ରଶଂସନୀୟ।ତାଙ୍କ ଲିଖିତ ସମବାୟ ଆଇନ ସମ୍ବନ୍ଧୀୟ ପୁସ୍ତକ ସଭାପତି ପ୍ରଭାସିନୀ ଷଡଙ୍ଗୀ ଙ୍କୁ ଭେଟି ଦେଇ ଆଲୋଚନା କରିଥଲେ ।ତାଙ୍କର ପ୍ରେରଣା ଓ ଦିଗ ଦର୍ଶନ ଓଡ଼ଶା ରାଜ୍ୟ ସମବାୟ ୟୁନିଅନ କୁ ଦେଇଥିବାରୁ ରାଜ୍ୟ ସମବାୟ ୟୁନିଅନ ପକ୍ଷରୁ ତାଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।ଏହା ସହିତ, ଆସନ୍ତା ଓଡ଼ିଶା ସମବାୟ ସପ୍ତାହରେ ଅତିଥି ଭାବେ ଯୋଗଦେବା ପାଇଁ ମଧ୍ୟ ତାଙ୍କୁ ସାଦର ନିମନ୍ତ୍ରଣ ଜଣାଇଛି।
