ଭୁବନେଶ୍ୱର:ରାଜ୍ୟରେ କିଛି ସମବାୟ ସମିତି ଙ୍କ ଚାଲି ଚଳନ ଦେଖି ଏବେ ଗୁରୁତର ପ୍ରଶ୍ନ ଉଠୁଛି । କାର୍ଯ୍ୟାଳୟ ନାହିଁ, ସ୍ଥାୟୀ ଠିକଣା ନାହିଁ, କିନ୍ତୁ କାଗଜ ପତ୍ର ରେ ସମିତି ଗୁଡ଼ିକ ଚାଲୁଛି ଜୋରଦାର ଭାବେ—ଏହା କି ପ୍ରକାର ନୂଆ “ସମବାୟ ଆଇନ” ପ୍ରଣାଳୀ ?ସମିତି ଗୁଡ଼ିକୁ ବଞ୍ଚେଇବା ପାଇଁ ସଦସ୍ୟ ମାନଙ୍କର ସକ୍ରିୟ ଅଂଶଗ୍ରହଣ ଓ ଅର୍ଥିକ ଅବଦାନ ଦରକାର । କିନ୍ତୁ ଏବେ ଦେଖାଯାଉଛି ଯେ, ପ୍ରତିମାସ ସମବାୟ ବିଭାଗ ର କିଛି ବ୍ୟକ୍ତି ଙ୍କ “ବିଶେଷ ସହଯୋଗ” ଦ୍ୱାରା ସମିତି ଚାଲୁଛି—ଯାହା ଗୁରୁତର ଅନିୟମିତତା ଓ ପ୍ରଶାସନିକ ଅସଫଳତା କୁ ପ୍ରକାଶ କରୁଛି ।ଅଧିକ ଚିନ୍ତାର ବିଷୟ ହେଉଛି, ଏହି ସବୁ ଘଟଣା ସମ୍ବନ୍ଧରେ ARCS ସବୁ ଜାଣିବା ସତ୍ତ୍ୱେ ମଧ୍ୟ ସମବାୟ ଅଧିକାରୀ ମାନେ ନିରବ ରହିଛନ୍ତି । ଲୋକମାନଙ୍କ ମଧ୍ୟରେ ଏହି ଧାରଣା ବଢ଼ୁଛି ଯେ, “ବ୍ୟାଗ ଭିତରେ” କେବଳ ଫାଇଲ୍ ନୁହେଁ, ବରଂ ଅନ୍ୟ କିଛି ମଧ୍ୟ ଘୁରୁଛି ।ଏହି ପରିସ୍ଥିତିରେ ଓଡ଼ିଶାର ସାଧାରଣ ଲୋକ ପଚାରୁଛନ୍ତି—ସମବାୟ ନାମରେ ଚାଲୁଥିବା ଏହି “ବ୍ୟାଗ ସଂସ୍କୃତି” କେବେ ବନ୍ଦ ହେବ ?ପ୍ରଶାସନ ଏଥିପାଇଁ କଠୋର ପଦକ୍ଷେପ ନେବ କି, ନା ଏହାକୁ ଏକ ନୂଆ ପ୍ରଣାଳୀ ଭାବେ ମାନ୍ୟତା ଦିଆଯିବ କି ?ଏହି ଅନିୟମିତତା ଉପରେ ତୁରନ୍ତ ତଦନ୍ତ ଓ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି, ଯାହା ଦ୍ୱାରା ସମବାୟ ବ୍ୟବସ୍ଥାର ପ୍ରତି ଲୋକମାନଙ୍କ ଆସ୍ଥା ପୁନରୁଦ୍ଧାର ହେଇ ପାରିବ। ଓଡିଶା ରେ ARCS ଙ୍କ କାର୍ଯ୍ୟଧାରା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଓଡିଶା ରେ ଥିବା ଲକ୍ଷ୍ୟ ଲକ୍ଷ୍ୟ ସମିତି ଗୁଡ଼ିକ ଉପରେ ପ୍ରତ୍ୟେକ ମାସ ସମବାୟ ବିଭାଗ ର ଅଧିକାରୀ ମାନେ ସମିତି ଗୁଡ଼ିକୁ ନ ଯିବା ପଛର ରହସ୍ୟ କଣ ?ନିର୍ବାଚନ ଆସିଲେ ସବୁ ବ୍ୟାଗ ର ଚେନ ଖୋଲିବ । ସମବାୟ ବିଭାଗ ରେ ହୋଉଥିବା ନିର୍ଵାଚନ ଅଧିକାରୀ ନିଜ ପକେଟ ଗରମ କରି ତାଂକୁ ନିର୍ବାଚିତ କରିବାର ଆବଶ୍ୟକତା ପୁରଣ କରି ଦିଅନ୍ତି ।
