ଭୁବନେଶ୍ୱର:ରାଜ୍ୟ ସମବାୟ ବିଭାଗ ଦ୍ୱାରା ଜାରୀ ହୋଇଥିବା ଚିଠି ସଂଖ୍ୟା 1580, ତାରିଖ 10/04/2026, ଯାହାକୁ “Most Urgent and Important” ଭାବେ ଚିହ୍ନିତ କରାଯାଇଛି, ସେହି ଚିଠିକୁ ନେଇ ସମବାୟ ମହଳରେ ଭାରି ଅସନ୍ତୋଷ ଓ ଚର୍ଚ୍ଚା ଦେଖାଦେଇଛି।ଓଡିଶାରେ ସାଧାରଣତଃ PACS ମାନଙ୍କର ଡିଭିଡେଣ୍ଟ ଟଙ୍କା କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ୱାରା ସଂଗ୍ରହ ହୋଇ ପରେ ରାଜ୍ୟ ସମବାୟ ବ୍ୟାଙ୍କକୁ ପହଞ୍ଚୁଛି। କିନ୍ତୁ ଏହି ଟଙ୍କାକୁ ଅନ୍ୟ ବ୍ୟାଙ୍କରେ ରଖି ବ୍ୟୟବହୁଳ କାର୍ଯ୍ୟକଳାପ—ଯଥା ବିଦେଶ ଭ୍ରମଣ ଓ କୋଟି କୋଟି ଟଙ୍କା ଖର୍ଚ୍ଚ—ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ଉଠିଛି।

ଏଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି l PACS ର ଡିଭିଡେଣ୍ଟ ଟଙ୍କାରୁ ମିଳୁଥିବା ସୁଧ କାହାକୁ ଲାଭ ଦେଉଛି? ଯେଉଁ PACS ମାନେ ଦିନରାତି ପରିଶ୍ରମ କରି ଲାଭ କରୁଛନ୍ତି, ସେମାନେ କାହିଁକି ନିଜ ଟଙ୍କାରୁ ଡିଭିଡେଣ୍ଟ ଦେବେ ? ଏ କି ପ୍ରକାର ଆଇନ lଯେଉଁ ଅର୍ଥ ରାଜ୍ୟ ସମବାୟ ବ୍ୟାଙ୍କ (OSCB) ପାଖରେ ରହିଛି, ସେଥିରୁ ସଦସ୍ୟମାନଙ୍କୁ ଡିଭିଡେଣ୍ଟ କାହିଁକି ଦିଆଯିବ ନାହିଁ ?ଏହି ଚିଠିକୁ ଦେଖି ସମବାୟ ଆଇନ ଓ ପ୍ରଣାଳୀ ଧ୍ୱଂସ ମୁଖୀ ହେଉଥିବା ଅଭିଯୋଗ ଉଠିଛି। ଏହିପରି ନିର୍ଦ୍ଦେଶନାମା ପଛରେ କୌଣସି ଗୁପ୍ତ ଉଦ୍ଦେଶ୍ୟ ରହିଛି କି ନାହିଁ, ସେଥିପାଇଁ ସ୍ପଷ୍ଟତା ଦାବି କରାଯାଉଛି।ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ନା କ୍ଷୟ କରିବା—ଏହି ପ୍ରଶ୍ନ ଏବେ ସାରା ଓଡ଼ିଶାର ମନରେ।ମାନ୍ୟବର ସମବାୟ ମନ୍ତ୍ରୀ ଙ୍କ ଠାରୁ ଏହାର ଉତ୍ତର ଚାହୁଁଛି ଓଡ଼ିଶା।
