ଯାଜପୁର:ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳ ଅଧୀନସ୍ଥ ବାଗିରିଆ ସମବାୟ ସମିତିରେ ଗୁରୁତର ଅନିୟମିତତା ଓ ଚଞ୍ଚକତା ସମ୍ପର୍କରେ ଅଭିଯୋଗ ଆସିଛି ସମବାୟ ସମ୍ପାଦକ ତାଙ୍କର ଅବସର ପୂର୍ବରୁ ନିଜ ପୁଅଙ୍କୁ ଅବୈଧ ଭାବରେ ନିଯୁକ୍ତି ଦେବା ପାଇଁ ଯୋଜନା କରୁଥିବା ଅଭିଯୋଗ ହେଉଛି, ଯାହା ସମବାୟ ନୀତି ଓ ନିୟମାବଳୀଙ୍କର ସ୍ପଷ୍ଟ ଉଲ୍ଲଂଘନ। ଏହି ସମ୍ପର୍କରେ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟି (RCS), ଓଡ଼ିଶାଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି କିନ୍ତୁ ଦୀର୍ଘ ସମୟ ହେଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଦନ୍ତ ଆରମ୍ଭ ହୋଇନାହିଁ ବୋଲି ଅଭିଯୋଗକାରୀ ମାନେ ଅଭିଯୋଗ କରୁଛନ୍ତି ଏହା କେବଳ ଏକ ଘଟଣା ନୁହେଁ; ସମଗ୍ର ଓଡ଼ିଶାରେ ସମବାୟ ସମିତି ଗୁଡ଼ିକରେ ଏପରି ସହ ସହ ଅଭିଯୋଗ ଥିଲେ ମଧ୍ୟ, ପ୍ରାୟ ସବୁ ମାମଲାରେ ତଦନ୍ତ ଶୂନ୍ୟ ରହିଛି। ଏହା ଶାସନ ବ୍ୟବସ୍ଥାର ପ୍ରତି ଲୋକମାନଙ୍କର ବିଶ୍ୱାସକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଜନସାଧାରଣ ଦାବି: 1. ଉକ୍ତ ଅଭିଯୋଗରେ ତୁରନ୍ତ ସ୍ୱତନ୍ତ୍ର ଓ ନିଷ୍ପକ୍ଷ ତଦନ୍ତ ଆରମ୍ଭ କରାଯାଉ। 2. ତଦନ୍ତ ସମୟରେ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ୱରୁ ବିରତ କରାଯାଉ। 3. ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। 4. ସମଗ୍ର ରାଜ୍ୟରେ ସମବାୟ ସମିତି ମାନଙ୍କର ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ନିଶ୍ଚିତ କରାଯାଉ। ଯଦି ଶୀଘ୍ର କାର୍ଯ୍ୟନୁଷ୍ଠାନ ନ ହୁଏ, ତେବେ ଆମେ ଆଇନଗତ ପଦକ୍ଷେପ ସହିତ ଲୋକ ତାନ୍ତ୍ରିକ ଆନ୍ଦୋଳନକୁ ବାଧ୍ୟ ହେବୁ ବୋଲି କହିଲେ କିଛି ନିର୍ବାଚିତ ପ୍ରତିନିଧି । ଜନସାଧାରଣଙ୍କ ପ୍ରଶ୍ନ-: “ଅଭିଯୋଗ ପରେ ତଦନ୍ତ କେବେ?
