କଟକ:ଦୀର୍ଘ ୪ ବର୍ଷ ଧରି କଟକ ଅର୍ବନ କୋ-ଅପରେଟିଭ ବ୍ୟାଙ୍କ ଲଗାତାର ସଫଳତାର ନୂଆ ଅଧ୍ୟାୟ ରଚିଚାଲିଛି । କେବେ ଯେଉଁ ସଂସ୍ଥାକୁ ନେଇ ସନ୍ଦେହ ଓ ଅବହେଳାର ପରିବେଶ ସୃଷ୍ଟି କରାଯାଉଥିଲା, ଆଜି ସେହି ବ୍ୟାଙ୍କ ସାଧାରଣ ଲୋକଙ୍କ ବିଶ୍ୱାସ, ପାରଦର୍ଶିତା ଓ ସୁଶାସନର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ଉଭା ହୋଇ ଉଠିଛି ।ଦକ୍ଷ ନେତୃତ୍ୱ, ସୁଚିନ୍ତିତ ପରିଚାଳନା ଓ ଜନମୁଖୀ କାର୍ଯ୍ୟପ୍ରଣାଳୀ ଫଳରେ ବ୍ୟାଙ୍କ ଆଜି ଆର୍ଥିକ ଭାବେ ସୁଦୃଢ଼ ଅବସ୍ଥାରେ ପହଞ୍ଚିପାରିଛି । ଗ୍ରାହକ ସେବା, ଋଣ ପରିଚାଳନା, ଆର୍ଥିକ ଶୃଙ୍ଖଳା ଓ ଲାଭଜନକ କାର୍ଯ୍ୟଦକ୍ଷତାରେ ବ୍ୟାଙ୍କ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଛି । ଏହାର ସଫଳ ପରିଚାଳନା ଆଜି ଅନ୍ୟାନ୍ୟ ସମବାୟ ସଂସ୍ଥା ପାଇଁ ମଧ୍ୟ ପ୍ରେରଣାର କାରଣ ହୋଇଛି ।ବ୍ୟାଙ୍କର ଏହି ଅଗ୍ରଗତି ପଛରେ ରହିଛି ସତ୍ୟନିଷ୍ଠା, ଦୂରଦୃଷ୍ଟି ଓ ସଦସ୍ୟମାନଙ୍କ ଅଟୁଟ ଆସ୍ଥା । ସାଧାରଣ ଲୋକଙ୍କ ସମର୍ଥନ ଓ ବିଶ୍ୱାସ ହିଁ ବ୍ୟାଙ୍କକୁ ଆଗକୁ ନେଇଯାଉଛି । ଏହା ସହିତ କେତେକ ସ୍ୱାର୍ଥପର ଓ ବିରୋଧୀ ଗୋଷ୍ଠୀ ବ୍ୟାଙ୍କର ସଫଳତାକୁ ସହିନପାରି ଭ୍ରମ ସୃଷ୍ଟି କରିବାର ଅପଚେଷ୍ଟା କରୁଥିବା ଅଭିଯୋଗ ହେଉଛି କିନ୍ତୁ ଲୋକମାନେ ଏବେ ସତ୍ୟ ଓ ମିଥ୍ୟାର ତଫାତ ସ୍ପଷ୍ଟ ଭାବେ ବୁଝିପାରୁଛନ୍ତି ।ବ୍ୟାଙ୍କ ସହ ଜଡିତ ସଦସ୍ୟ ଓ ଗ୍ରାହକମାନଙ୍କ କହିବା ଅନୁସାରେ, ଯେଉଁମାନେ କାମ କରନ୍ତି, ଲୋକ ସେମାନଙ୍କୁ ହିଁ ଆଶୀର୍ବାଦ ଓ ସମର୍ଥନ ଦେଇଥାନ୍ତି । ଖାଲି ଆଲୋଚନା କିମ୍ବା ରାଜନୀତି କରି ସଂସ୍ଥାର ଉନ୍ନତିକୁ ଅଟକାଇ ହେବ ନାହିଁ ବୋଲି କାର୍ଯ୍ୟକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତିଲଗାତାର ୪ ବର୍ଷର ସଫଳତା ଏହା ପ୍ରମାଣ କରିଛି ଯେ, ସଠିକ୍ ନେତୃତ୍ୱ ଓ ସ୍ୱଚ୍ଛ ପରିଚାଳନା ଥିଲେ ସମବାୟ ସଂସ୍ଥାମାନେ ମଧ୍ୟ ଦୃଢ଼ ଆର୍ଥିକ ସଂସ୍ଥା ଭାବେ ଗଢ଼ିଉଠିପାରନ୍ତି । ଆସନ୍ତା ଦିନରେ ଆହୁରି ବ୍ୟାପକ ଭାବେ ଲୋକସେବା, ଆର୍ଥିକ ସଶକ୍ତିକରଣ ଓ ସମବାୟ ଆନ୍ଦୋଳନକୁ ମଜବୁତ କରିବା ଲକ୍ଷ୍ୟରେ ବ୍ୟାଙ୍କ କାର୍ଯ୍ୟ କରିବ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଆଶା ଓ ବିଶ୍ୱାସ ବଢ଼ିଛି ।
