ଭୁବନେଶ୍ୱର: ରାଜ୍ୟ ସମବାୟ ୟୁନିଅନ ପରିଚାଳନା କମିଟିର ବୈଧ ଓ ଗଣତାନ୍ତ୍ରିକ ନିଷ୍ପତ୍ତିକୁ ସମ୍ମାନ ଦେଇ ସମବାୟ ବିଭାଗର ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS ଏକ ସ୍ପଷ୍ଟ ଓ ସ୍ୱାଗତଯୋଗ୍ୟ ପ୍ରଶାସନିକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।ସମବାୟ ୟୁନିଅନର ପରିଚାଳନା କମିଟି ହେଉଛି ସମବାୟ ସଂସ୍ଥାର ଗଣତାନ୍ତ୍ରିକ ନିଷ୍ପତ୍ତି ନେବାର ଏକ ପ୍ରମୁଖ ଅଙ୍ଗ। ଏହାର ବୈଧ ନିଷ୍ପତ୍ତିକୁ ସମ୍ମାନ ଦେବା ଅର୍ଥ ହେଉଛି ସମବାୟର ସ୍ୱାୟତ୍ତତା, ଗଣତାନ୍ତ୍ରିକ ପରମ୍ପରା ଏବଂ ଆଇନର ଶାସନକୁ ସମ୍ମାନ ଦେବା।ସଚିବଙ୍କ ଏହି ପଦକ୍ଷେପ ପୁଣିଥରେ ସ୍ପଷ୍ଟ କରିଛି ଯେ ପଦ, ପ୍ରଭାବ କିମ୍ବା ପ୍ରଶାସନିକ କ୍ଷମତା ଯେତେ ବଡ଼ ହେଉନା କାହିଁକି, କେହି ମଧ୍ୟ ଆଇନର ଊର୍ଦ୍ଧ୍ୱରେ ନୁହନ୍ତି।ସମବାୟ କ୍ଷେତ୍ରରେ ନିର୍ବାଚିତ ପରିଚାଳନା କମିଟିର ଅଧିକାରକୁ ଦୁର୍ବଳ କରିବା, ନିଷ୍ପତ୍ତିକୁ ଅଣଦେଖା କରିବା କିମ୍ବା ପ୍ରଶାସନିକ ପ୍ରଭାବ ମାଧ୍ୟମରେ ସମବାୟର ସ୍ୱାୟତ୍ତତାକୁ କ୍ଷୁଣ୍ଣ କରିବାର କୌଣସି ପ୍ରୟାସ ଗ୍ରହଣୀୟ ନୁହେଁ। ସମବାୟରେ ବ୍ୟକ୍ତି ନୁହେଁ, ଆଇନ ଓ ନିୟମ ହିଁ ସର୍ବୋପରି।ଏହି ନିଷ୍ପତ୍ତି ସମବାୟ କ୍ଷେତ୍ରରେ ଏକ ସକାରାତ୍ମକ ଓ ଦୃଢ଼ ବାର୍ତ୍ତା ଦେଇଛି—“ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ।”ରାଜ୍ୟ ସମବାୟ ୟୁନିଅନ ପରିଚାଳନା କମିଟି ପକ୍ଷରୁ ସମବାୟ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, IASଙ୍କୁ ତାଙ୍କର ନିରପେକ୍ଷ, ଆଇନସମ୍ମତ ଓ ଗଣତାନ୍ତ୍ରିକ ଆଭିମୁଖ୍ୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ, କୃତଜ୍ଞତା ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି।
ସମବାୟର ସ୍ୱାୟତ୍ତତା ଅକ୍ଷୁଣ୍ଣ ରହୁ,
ଆଇନର ଶାସନ ସୁଦୃଢ଼ ହେଉ,
ଗଣତାନ୍ତ୍ରିକ ସମବାୟ ଆନ୍ଦୋଳନ ଆହୁରି ଶକ୍ତିଶାଳୀ ହେଉ।— ରାଜ୍ୟ ସମବାୟ ୟୁନିଅନ ପରିଚାଳନା କମିଟି
