ଭୁବନେଶ୍ୱର:ଆଜି ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ରାଜ୍ୟ ସମବାୟ ୟୁନିଅନ ର “ଉତ୍କଳ ଗୌରବ ମଧୁସୂଦନ ସମବାୟ ତାଲିମ କେନ୍ଦ୍ର” କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି। ସମବାୟ ବିଭାଗର ଅର୍ଥ ପରାମର୍ଶଦାତା ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଏହାକୁ ଉଦଘାଟନ କରିଥିଲେ।ଏହି ଅବସରରେ ସମବାୟ ସମିତି ସମୂହ, ଓଡ଼ିଶା ଙ୍କ ଅତିରିକ୍ତ ନିବନ୍ଧକ ଶ୍ରୀମତୀ ରୋଜାଲିନ ସେନାପତି, ସହକାରୀ ନିବନ୍ଧକ ଶ୍ରୀମତୀ ସ୍ସ୍ୱାତିବଲା ମହାପାତ୍ର ଓ ରାଜ୍ୟ ସମବାୟ ଉନିଅନ ର ଉପ ନିବନ୍ଧକ ଶ୍ରୀମତୀ ସୁନୀତା ପତି ଉପସ୍ଥିତ ଥିଲେ।ତଥା ମହିଳା ନିଗମ ର ସଭାନେତ୍ରୀ ଶ୍ରୀମତୀ ସ୍ଵାଧୀନ ବାଲା ଦାସ, ମାର୍କଫେଡ୍ ସଭାପତି ସୁଶ୍ରୀ କବିତା ମଞ୍ଜରୀ ପରିଡ଼ା, ରାଜ୍ୟ ସମବାୟ ବ୍ୟାଙ୍କ ର ନିର୍ଦେଶକ ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ ଓ ମହାନଗର କ୍ରେଡିଟ ସୋସାଇଟି ର ଶ୍ରୀମତୀ ମମତା ପଣ୍ଡା ସହିତ ବହୁ ମହିଳା ପ୍ରାଥମିକ ସମବାୟ ସୋସାଇଟି ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।ଏହି ତାଲିମ କେନ୍ଦ୍ର ମାଧ୍ୟମରେ ମହିଳା ସମବାୟ ସମିତି ଓ କର୍ମ କର୍ତ୍ତାମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ଦେଇ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରାଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
