ବାଲେଶ୍ୱର:ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଗଣେଶ୍ୱର ମହାପାତ୍ର ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । ସମବାୟ ରାଜନୀତିରେ ଏହାକୁ ପ୍ରଥମ ବଡ଼ ପରିବର୍ତ୍ତନ ବୋଲି ମନେ କରାଯାଉଛି ।ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଦିଗଦର୍ଶନରେ ସମବାୟ ଆନ୍ଦୋଳନକୁ ଆଗକୁ ନେବା ପାଇଁ ସେ ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟ କରିବେ ।ଏହି ସମ୍ବନ୍ଧରେ ଏକ ବିଶେଷ ରିପୋର୍ଟ ସେ “ସମବାୟ ସମ୍ବାଦ” କୁ ଦେଇଥିବା ଜଣାପଡ଼ିଛି । ତାଙ୍କର ଏହି ରାଜନୈତିକ ପଦକ୍ଷେପ ପରେ ରାଜ୍ୟର ସମବାୟ ମହଳରେ ଆଗାମୀ ଦିନରେ ଆଉ କିଛି ରାଜନୈତିକ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।ଗତ କିଛି ଦିନ ତଳେ ପ୍ରାୟ ୨୦ ଜଣ ଶୀର୍ଷ ସମବାୟ ଅନୁଷ୍ଠାନର ପ୍ରତିନିଧି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଭେଟି ସମବାୟ କ୍ଷେତ୍ରର ଭବିଷ୍ୟତ୍ ନେଇ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି ।ଏହି ପରିସ୍ଥିତିରେ ଖୁବ ଶୀଘ୍ର ରାଜ୍ୟର ସମବାୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି ।
