ଭୁବନେଶ୍ୱର: ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମରେ କୋଟି କୋଟି ଟଙ୍କାର ମହା ଦୁର୍ନୀତି ଘଟିଥିବା ନେଇ ହୋଇଥିବା ତଦନ୍ତ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ପରିଚାଳନା କମିଟିର ୧୫ ଜଣ ସଦସ୍ୟଙ୍କ ଲିଖିତ ଅଭିଯୋଗ ଆଧାରରେ ହୋଇଥିବା ଏହି ତଦନ୍ତରେ ଅନେକ ଗୁରୁତର ଅନିୟମିତତା ଓ ଦୁର୍ନୀତି ହୋଇଥିବା ସୂଚନା ମିଳିଛି।ତଦନ୍ତ ରିପୋର୍ଟ ଅନୁଯାୟୀ, ନିଗମର ତିନିଜଣ କର୍ମଚାରୀ ଶ୍ରୀ ଅନିଲ କୁମାର ନାୟକ, ଶ୍ରୀ ସୌମେନ୍ଦ୍ର ପଟ୍ଟନାୟକ ଓ ଶ୍ରୀ କେଳୁ ଚରଣ ଦାସ ତାଙ୍କର ଦାୟିତ୍ୱ ଠିକ ଭାବରେ ପାଳନ କରିନଥିବା ଦର୍ଶାଯାଇଛି। ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିପୋର୍ଟରେ ସୁପାରିଶ ମଧ୍ୟ କରାଯାଇଛି।ଏହା ସହିତ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ନିଜକୁ ଚେୟାରମ୍ୟାନ I/C ବୋଲି ଦର୍ଶାଇ ପରିଚାଳନା କମିଟି ସଦସ୍ୟଙ୍କ ଅନୁମତି ବିନା କୋଟି କୋଟି ଟଙ୍କାର ଜମି ବିକ୍ରୟ କରିଥିବା ମଧ୍ୟ ତଦନ୍ତରେ ଉଲ୍ଲେଖ ହୋଇଛି।ଏହା ଛଡ଼ା ଶ୍ରୀ ଅନିଲ କୁମାର ନାୟକ (Manager I/C) ଓ ଶ୍ରୀ ସୌମେନ୍ଦ୍ର ପଟ୍ଟନାୟକ (General Manager) ୧ ଲକ୍ଷ ୮୦ ହଜାର ଟଙ୍କାର ତେଲ ବିଲ ଉଠାଇଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଏହି ରାଶିକୁ ତୁରନ୍ତ ରିକଭରି କରିବାକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।ଶ୍ରୀମତୀ ସ୍ୱତିବଲା ମହାପାତ୍ରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହି ଘଟଣାର ଗଭୀର ତଦନ୍ତ ପାଇଁ ଇଓଡବ୍ଲୁ / ଭିଜିଲାନ୍ସ ତଦନ୍ତ ସୁପାରିଶ ହୋଇଥିବା ସୂଚନା ମିଳିଛି।ଠିକ ଭାବେ ତଦନ୍ତ ହେଲେ ଆହୁରି ବହୁ ବ୍ୟକ୍ତି ବିଶେଷ ଙ୍କ ନା ସାମ୍ନା କୁ ଆସିବ ବୋଲି ମଧ୍ୟ କୁହା ଯାଉଛି ।

ସୂତ୍ର ଅନୁସାରେ, ଫେବୃୟାରୀ ୬ ତାରିଖରେ ତଦନ୍ତ ସମାପ୍ତ ହୋଇଥିଲେ ମଧ୍ୟ ପ୍ରାୟ ଏକ ମାସ ଧରି ଏହି ରିପୋର୍ଟକୁ ସାର୍ବଜନୀନ ହେବାରୁ ଅଟକାଇବା ପାଇଁ ସମବାୟ ନିବନ୍ଧକ କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଚାପ ପକା ଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ବିଶେଷ କରି ଜଣେ ବରିଷ୍ଠ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସଙ୍କ (JRCS) ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରିପୋର୍ଟ କୁ ଚାପି ଦେବା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି ।ଗତକାଲି ରାଜ୍ୟ ସମବାୟ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଆସିବା ପରେ ତରବରିଆ ଭାବେ ଫାଇଲଟି RCS Odisha କୁ ପଠାଯାଇଥିବା ଜଣାପଡ଼ିଛି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟକୁ ଚାପି ଦେବା ଚେଷ୍ଟା ,ଶେଷରେ ବିଫଳ ହୋଇଥିବା ନେଇ ସମବାୟ ମହଳ ରେ ଚର୍ଚ୍ଚା ଜୋର ଧରିଛି ।ଅନ୍ୟପଟେ, ଆସନ୍ତା ୧୬ ତାରିଖରେ ହେବାକୁ ଯାଉଥିବା ପରିଚାଳନା କମିଟି ବୈଠକରେ ସମବାୟ ବିଭାଗ ସଚିବଙ୍କ ଆଦେଶକୁ ବିରୋଧ କରି ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ଯୋଜନା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି ।ଏହି ପଦକ୍ଷେପ ତଦନ୍ତ ରିପୋର୍ଟକୁ ଚାପି ଦେବା ପାଇଁ ଏକ ଯୋଜନା କି ନୁହେଁ ବୋଲି ପ୍ରଶ୍ନ ଏବେ ପ୍ରଶାସନିକ ଚର୍ଚ୍ଚା ଜୋର ଧରିଛି। କାହିଙ୍କି ସରକାର ଙ୍କ ଦ୍ଵାରା ନିଯୁକ୍ତ ଅଫିସର ଙ୍କୁ ବିରୋଧ କରା ଯାଇଛି ଏବେ ତଦନ୍ତ ରିପୋର୍ଟ ଆସିବା ପରେ ରୁ ଜଣା ପଡିଛି ।ଗତକାଲି ଇଓଡବ୍ଲୁ ,ଏସ୍ପି ଙ୍କ ସହ ସମବାୟ ସଚିବ ଙ୍କ କିଛି ଆଲୋଚନା ହୋଇଥିବା ଜଣା ପଡିଛି । କଣ ଆଲୋଚନା ହେଲା କିଛି ଜଣା ପଡି ନାହିଁ । ଆଗମୀ ଦିନରେ ଏକ ବଡ ହଟ – ଚମଟ ହେବ ବୋଲି ସୁଚନା ମିଳିଛି ।ଏହି ସମସ୍ତ ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ସମବାୟ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ପୁନରୁଦ୍ଧାର କରିବାକୁ ଦାବି ଜୋର ଧରିଛି।
