ଭୁବନେଶ୍ୱର: ବନ୍ୟା, ବାତ୍ୟା ଓ ଲଗାଣ ବର୍ଷାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ ତାରିଖରେ ହେବାକୁ ଥିବା ‘ସମ୍ବନ୍ଧ’ ସଦସ୍ୟତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ଅଭିଯାନର ଶୁଭାରମ୍ଭ ହେବା ସହିତ PACS/LAMPS ସଦସ୍ୟମାନଙ୍କୁ ଡିଭିଡେଣ୍ଡ ବଣ୍ଟନ, ଦୁଗ୍ଧ ସଂଗ୍ରହ କେନ୍ଦ୍ର, Agro-Service Centre, Common Service Centre (CSC), National Level PACS Software (NIPS)ରେ PACS ଏକୀକରଣ ସମେତ ବିଭିନ୍ନ ସମବାୟ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବାର ଥିଲା। ପ୍ରତିକୂଳ ପାଣିପାଗ ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି lକାର୍ଯ୍ୟକ୍ରମର ପରବର୍ତ୍ତୀ ତାରିଖ ସମ୍ପର୍କରେ ପରେ ସୂଚନା ଦିଆଯିବ l
