ଭୁବନେଶ୍ୱର: ରାଜ୍ୟ ସମବାୟ ଆଇନର ସେକ୍ସନ 29 କୁ ଅବହେଳା କରାଯାଇଥିବା ନେଇ ମାର୍କଫେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ନାୟକ ଙ୍କ ଉପରେ ଅଭିଯୋଗ ଉଠିଥିଲା ।ସମବାୟ ଆଇନ ଅନୁଯାୟୀ ସାଧାରଣ ପରିଷଦ ବୈଠକ ସଂସ୍ଥାର ସର୍ବୋଚ୍ଚ ନିଷ୍ପତ୍ତି ମୂଳକ ମଞ୍ଚ ହେଉଥିବା ସତ୍ୱେ, ଏହାକୁ ଆଜି “ବାର୍ଷିକ ଉତ୍ସବ” ବୋଲି ଉଲ୍ଲେଖ କରାଯାଇଥିବା ନେଇ ପ୍ରଶ୍ନ ଉଠିଛି।ଏହି ସମ୍ପର୍କରେ “Odisha State Cooperative Marketing Federation (MARKFED)”ର ସଭାପତିଙ୍କ ସହିତ ସମ୍ପର୍କ କରିବା ପାଇଁ ସମବାୟ ସମ୍ବାଦ ଟିମ ପକ୍ଷରୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଫୋନ ଯୋଗେ ସମ୍ପର୍କ ସ୍ଥାପିତ ହୋଇପାରିନଥିଲା।ପରବର୍ତ୍ତୀ ସମୟ ରେ ମାର୍କଫେଡ୍ର ଅନ୍ୟ ଜଣେ ବରିଷ୍ଠ ନିର୍ବାଚିତ ସଦସ୍ୟ ଶ୍ରୀ ପ୍ରମୋଦ ସାମଲ ଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଯେ, “ଏହା ଆମର ଗୁରୁତର ତ୍ରୁଟି” !ଆଗାମୀଦିନରେ ଏପରି ଭୁଲ ପୁଣି ନ ହେବା ପାଇଁ ପରିଚାଳନା କମିଟି ଧ୍ୟାନ ଦେବ ବୋଲି କହିଲେ ଶ୍ରୀ ସାମଲ l
