ମାଲକାନଗିରି:ମାଲକାନଗିରି କେନ୍ଦ୍ର ସମବାୟ ବ୍ୟାଙ୍କରେ ଏକ ମହା ଘୋଟାଲା ଘଟଣା ପ୍ରକାଶ ପାଇଛି। ଯିଏ ବ୍ୟାଙ୍କର ଦାୟିତ୍ୱ ଓ ସୁରକ୍ଷାକର୍ତ୍ତା ଥିଲେ, ସେହି ବ୍ୟାଙ୍କ ମ୍ୟାନେଜର ନିଜେ ବ୍ୟାଙ୍କରୁ ଅର୍ଥ ଲୁଟ୍ କରୁଥିବା ଅଭିଯୋଗ ଉଠିଛି।ସୂତ୍ର ଅନୁସାରେ, ସମବାୟ ବିଭାଗର ଜଣେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହିତ ମ୍ୟାନେଜରଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଛି, ଯାହା ଘଟଣାକୁ ଆହୁରି ସନ୍ଦେହଜନକ କରିଛି। ବାର୍ଷିକ ଆକାଉଣ୍ଟ କ୍ଲୋଜିଂ ସମୟରେ ଏହି ମହାଘୋଟାଲା ଧରାପଡ଼ିଥିବା କୁହାଯାଉଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟାଙ୍କରୁ କୋଟିଏ ଟଙ୍କାରୁ ଅଧିକ ଅର୍ଥ ଅନିୟମିତତା ଘଟିଛି। ଭିନ୍ନ ଆକାଉଣ୍ଟ ମାଧ୍ୟମରେ ଅର୍ଥ ହେରାଫେରି ଓ ରେକର୍ଡ ଜାଲିୟାତି ମାଧ୍ୟମରେ ଏହି ଘୋଟାଲା କରାଯାଇଥିବା ସନ୍ଦେହ କରାଯାଉଛି।ଘଟଣା ପ୍ରକାଶ ପାଇବା ପରେ, ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମ୍ୟାନେଜରଙ୍କୁ ନିଲମ୍ବନ କରିଛନ୍ତି। ସେଥିସହିତ, ସ୍ଥାନୀୟ ଥାନାରେ ଏତଲା ଦାଖଲ କରାଯାଇଛି ଏବଂ ପୋଲିସ ତଦନ୍ତ ଜାରି ରହିଛି।ଏହି ଘଟଣା ପରେ ଓଡ଼ିଶାର ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କମାନଙ୍କର ସମଗ୍ର ତଦନ୍ତ ଓ ଅଡିଟ୍ କରିବା ପାଇଁ ଦାବି ଜୋର ଧରିଛି। ବ୍ୟାଙ୍କି ପ୍ରଣାଳୀରେ ପାରଦର୍ଶିତା ଓ ଜବାବ ଦେହିତା ସୁନିଶ୍ଚିତ କରିବାକୁ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
