ସୁବର୍ଣ୍ଣପୁର:ସମବାୟ ସମିତିଗୁଡ଼ିକର ବ୍ୟବସାୟିକ ବିବିଧକରଣ ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ଅଂଶ ସ୍ୱରୂପ ସୁବର୍ଣ୍ଣପୁର ଜିଲ୍ଲାର ବିଶିପଡା PACS ଏବଂ ବାଗବର PACS ଠାରେ ୨ଟି ନୂତନ ‘ଦୁଗ୍ଧ ସଂଗ୍ରହ କେନ୍ଦ୍ର’ର ଶୁଭାରମ୍ଭ କରାଯାଇଛି।ବିରାମହାରାଜପୁର ARCS ଏବଂ ଓମଫେଡ୍ ଜିଲ୍ଲା ପ୍ରଭାରୀଙ୍କ ସମେତ ସ୍ଥାନୀୟ ଚାଷୀମାନଙ୍କ ଉପସ୍ଥିତିରେ ଏହି କେନ୍ଦ୍ରଗୁଡ଼ିକର ଲୋକାର୍ପଣ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ଅଞ୍ଚଳର ଦୁଗ୍ଧ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦୁଗ୍ଧକୁ ସହଜରେ ବିକ୍ରୟ କରିପାରିବେ ଏବଂ ତାହାର ଉଚିତ୍ ମୂଲ୍ୟ ପାଇବା ସୁନିଶ୍ଚିତ ହେବ।ସମବାୟ ଭିତ୍ତିକ ଏହି ପଦକ୍ଷେପ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ସହିତ ଦୁଗ୍ଧ ଉତ୍ପାଦନକୁ ଅଧିକ ପ୍ରୋତ୍ସାହନ ଯୋଗାଇବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
