ଭୁବନେଶ୍ୱର :ଟ୍ରାଇବାଲ୍ ଡେଭଲପମେଣ୍ଟ କୋ-ଅପରେଟିଭ୍ କର୍ପୋରେସନ୍ (TDCC)ର ପ୍ରଶାସନିକ କାର୍ଯ୍ୟପ୍ରଣାଳୀ, ଅଧିକାରୀଙ୍କ ବଦଳି ଓ Posting ବ୍ୟବସ୍ଥା ଏବଂ ବିଭିନ୍ନ କାର୍ଯ୍ୟରେ Power Delegationକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି।୨୫ ଅଗଷ୍ଟ ୨୦୨୫ର ଏକ ସରକାରୀ ଆଦେଶରେ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନାମ ଥିବା ଜଣାପଡ଼ିଛି। ତେବେ ଏହି ବଦଳି ଆଦେଶର ବାସ୍ତବ କାର୍ଯ୍ୟକାରିତା, ଜୋଇନିଙ୍ଗ ଓ ପରବର୍ତ୍ତୀ Posting ସମ୍ପର୍କରେ ସ୍ପଷ୍ଟତା ଆବଶ୍ୟକ। ବଦଳି କେବଳ ସରକାରୀ କାଗଜରେ ହେଲା, ନା ବାସ୍ତବରେ ଅଧିକାରୀ ନୂଆ ସ୍ଥାନରେ ଯୋଗଦେଲେ—ଏହାର ତଦନ୍ତ ହେବା ଦରକାର।ଏହା ସହିତ ଭୁବନେଶ୍ୱରରେ କେତେକ ଅଧିକାରୀଙ୍କ ବହୁମୂଲ୍ୟ ସମ୍ପତ୍ତି ସମ୍ପର୍କରେ ଚର୍ଚ୍ଚା ହେଉଥିବାରୁ, ଏହାର ସତ୍ୟତା ଯାଞ୍ଚ ପାଇଁ ସମ୍ପତ୍ତି ବିବରଣୀ, ଆୟର ଉତ୍ସ ଓ ସରକାରୀ ରେକର୍ଡର ସ୍ୱାଧୀନ ଯାଞ୍ଚ ଆବଶ୍ୟକ। କାହାକୁ ଦୋଷୀ ଘୋଷଣା କରିବା ନୁହେଁ; ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟ ସାମ୍ନାକୁ ଆସିବା ଦରକାର।୧୯୯୯ରେ Power Delegation ହୋଇଥିଲା – ତେବେ ଆଦେଶ ରେ କଣ ଲେଖା ଅଛି !
ସତେ ଯେମିତି ସମବାୟ ବିଭାଗ ଅସହାୟ ହୋଇ ପଡ଼ିଛି lTDCC ସମବାୟ ଆଇନ ଓ ନିୟମ ଅନୁଯାୟୀ ପରିଚାଳିତ ହେଉଥିବାବେଳେ, ବିଭିନ୍ନ ପ୍ରଶାସନିକ ଓ ଆର୍ଥିକ ନିଷ୍ପତ୍ତି ସମ୍ପର୍କରେ ପଚାରିଲେ ୧୯୯୯ରେ Power Delegate ହୋଇଯାଇଛି ବୋଲି ଉତ୍ତର ଦିଆଯାଉଥିବା ଅଭିଯୋଗ ହେଉଛି।
ଯଦି ୧୯୯୯ରେ Power Delegation ହୋଇଥିଲା, ତେବେ—
- ସେହି Government ନୋଟିଫିକେସନ ରେ କଣ ଲେଖା ଅଛି ? Memorandum କେଉଁଠି?
- କେଉଁ ଆଇନ ଅଧୀନରେ Power Delegation ହୋଇଥିଲା?
- କେଉଁ ଅଧିକାରୀଙ୍କୁ କେଉଁ କ୍ଷମତା ଦିଆଯାଇଥିଲା?
- ପରବର୍ତ୍ତୀ ସମୟରେ ଏହା ସଂଶୋଧିତ କିମ୍ବା ବାତିଲ୍ ହୋଇଛି କି?
- ବର୍ତ୍ତମାନ ସେହି Delegation କେଉଁ ଆଇନଗତ ଆଧାରରେ ପ୍ରଚଳିତ?
ଏହାର ସ୍ପଷ୍ଟ ଉତ୍ତର ସାର୍ବଜନୀନ ହେବା ଆବଶ୍ୟକ।
କୋଟି କୋଟି ଟଙ୍କାର ବଜେଟ୍—Accountability କେଉଁଠି?
TDCC ମାଧ୍ୟମରେ ସରକାରୀ ଯୋଜନା ଓ ବଜେଟ୍ରୁ ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେଉଛି। ନିର୍ବାଚିତ ପ୍ରତିନିଧି ଓ ସମିତିଗୁଡ଼ିକୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କାର୍ଯ୍ୟ ଦିଆଯାଉଥିବା ପରିପ୍ରେକ୍ଷୀରେ କାର୍ଯ୍ୟ ବଣ୍ଟନ, ଟେଣ୍ଡର, ଅର୍ଥ ପ୍ରଦାନ, କାର୍ଯ୍ୟ ସମ୍ପାଦନ ଓ Utilisation Certificateର ସମ୍ପୂର୍ଣ୍ଣ ଅଡିଟ୍ ହେବା ଦରକାର।TDCC ଉପରେ ଏକ ସ୍ୱାଧୀନ ଓ ସମ୍ପୂର୍ଣ୍ଣ ପ୍ରଶାସନିକ-ଆର୍ଥିକ ତଦନ୍ତ କରାଯାଇ, ୧୯୯୯ର Power Delegation ଠାରୁ ଆଜି ପର୍ଯ୍ୟନ୍ତର Posting, Procurement, Works, Payments ଓ Financial Decisionsର ରେକର୍ଡ ସାର୍ବଜନୀନ କରାଯାଉ।
ପ୍ରଶ୍ନ ଅଭିଯୋଗର ନୁହେଁ—ପ୍ରଶ୍ନ ହେଉଛି ସ୍ୱଚ୍ଛତା, ଓ ସମବାୟ ଆଇନର ପାଳନର !
ଏବେ ସାଧରଣ ରେ ପ୍ରଶ୍ନ TDCC ର Admistrative କଂଟ୍ରୋଲ କାହା ପାଖରେ l
