ଭୁବନେଶ୍ୱର:ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିବା ବେଳେ ଜଳିଗଲେ ଯୁବକ । ଯୁବକ ଜଣକ ରାଜସ୍ଥାନରୁ CTTCରେ ଟ୍ରେନିଂ ପାଇଁ ଆସିଥିଲେ । ମଞ୍ଚେଶ୍ୱର ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଘଟିଛି ଏଭଳି ଘଟଣା । ଆହତ ଯୁବକଙ୍କୁ ପ୍ରଥମେ ରେଲୱେ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ହେଲେ ରାଜସ୍ଥାନର ରାମେଶ୍ୱର ଦାସୋରା । ରାମେଶ୍ୱର ସହ ସମେତ ୧୨ ଜଣ ସାଙ୍ଗ ହୋଇ ସକାଳ ୫ଟା ୨୦ରେ ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ଆସି ମଞ୍ଚେଶ୍ଵର ରେଲୱେ ଷ୍ଟେସନର ୪ ନମ୍ୱର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ପରେ ୩ ନମ୍ୱର ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ ଉପରେ ସେଲ୍ଫି ନେବା ପାଇଁ ଚଢ଼ି ଯାଇଥିଲେ । ଟ୍ରେନ୍ ଉପରେ ଯାଇଥିବା ହାଇ ଭୋଲ୍ଟେଜ ଇଲେକ୍ଟ୍ରିକ ତାରରୁ କରେଣ୍ଟ ମାରିବାରୁ କୋଇଲା ଉପରେ ପଡ଼ିଗଲେ । ସେଠାରେ ଥିବା ତାଙ୍କ ସାଙ୍ଗମାନେ ଆମ୍ବୁଲାନ୍ସରେ ପ୍ରଥମେ ନିକଟସ୍ଥ ରେଲୱେ ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ।ଅବସ୍ଥା ଗୁରୁତର ହେବାରୁ ରାମେଶ୍ୱରଙ୍କୁ ଏମ୍ସ ମେଡିକାଲ ରେଫର୍ କରାଯାଇଛି
