ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ୍ ଯୁଦ୍ଧ ପରିପ୍ରେକ୍ଷିତରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (MIB) ମଙ୍ଗଳବାର ଦିନ Broadcast Audience Research Council (BARC)କୁ ନ୍ୟୁଜ୍ ଟିଭି ଚ୍ୟାନେଲମାନଙ୍କର Television Rating Points (TRP) ପ୍ରକାଶ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତି ୪ ସପ୍ତାହ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଲାଗୁ ରହିବ। ମନ୍ତ୍ରାଳୟର କହିବା ଅନୁସାରେ, କିଛି ଟିଭି ଚ୍ୟାନେଲ ଯୁଦ୍ଧ ସମ୍ବନ୍ଧୀୟ ଖବରକୁ ଅତ୍ୟଧିକ ଚାଞ୍ଚଲ୍ୟକର ଓ ଅନୁମାନ ଆଧାରିତ ଭାବେ ପ୍ରସାରଣ କରୁଛନ୍ତି। ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ସ୍ଥାୟୀ ପଦକ୍ଷେପ ନେଇଛନ୍ତି, ଯାହା ମାଧ୍ୟମରେ ଦାୟିତ୍ୱପୂର୍ଣ୍ଣ ସମ୍ବାଦ ପ୍ରସାରଣକୁ ଉତ୍ସାହ ଦିଆଯିବ।
