ନୂଆଦିଲ୍ଲୀ: ଇରାନ ସହ ଜାରି ସଂଘର୍ଷ ମଧ୍ୟରେ ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସଂଗଠନ ନାଟୋ (ଉତ୍ତର ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ)ରୁ ଓହରି ଯାଇପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ମୁଁ ନାଟୋ ଛାଡିବା ବିଷୟରେ ଗମ୍ଭୀରତାର ସହ ବିଚାର କରୁଛି। ଇରାନ ଯୁଦ୍ଧ ଶେଷ ହେବା ପରେ ମୁଁ ଏ ବିଷୟରେ ନିଷ୍ପତ୍ତି ନେବି। ଗୋଟିଏ ଦିନ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନାଟୋ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ସମୀକ୍ଷା କରିବେ ବୋଲି କହିଥିଲେ। ଡେଲି ଟେଲିଗ୍ରାଫ ସହିତ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ମୁଁ କେବେ ନାଟୋକୁ ପସନ୍ଦ କରିନଥିଲି। ମୁଁ ଏହି ସଂଗଠନରୁ ଓହରିବା ପାଇଁ ଗମ୍ଭୀରତାର ସହିତ ବିଚାର କରୁଛି। ଏ ସଂଗଠନକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଇରାନ ଯୁଦ୍ଧ ସମାପ୍ତ ହେବା ପରେ ମୁଁ ନିଷ୍ପତ୍ତି ନେବି।ଟ୍ରମ୍ପ ନାଟୋକୁ “କାଗଜ ବାଘ” ବୋଲି ମଧ୍ୟ କହିଛନ୍ତି।
