ୟୁଏଇ:ୟୁଏଇର ବାରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ରବିବାର ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟ ପରିସର ବାହାରେ ଥିବା ଏକ ବାହ୍ୟ ବୈଦ୍ୟୁତିକ ଜେନେରେଟରରେ ନିଆଁ ଲାଗିଯାଇଥିଲା ।ସୂଚନା ଅନୁଯାୟୀ, ଆଲ୍ ଧାଫରା ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟର ସୀମା ବାହାରେ ଘଟଣାଟି ଘଟିଥିବାରୁ ଜରୁରୀକାଳୀନ ସେବା ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିନେଇଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରାଯାଇଛି।ୟୁଏଇର ଆଣବିକ ନିୟାମକ ସଂସ୍ଥା ‘ଫେଡେରାଲ୍ ଅଥରିଟି ଫର୍ ନ୍ୟୁକ୍ଲିୟର ରେଗୁଲେସନ୍ କହିଛି, ଏହି ଆକ୍ରମଣ ଯୋଗୁଁ ରେଡିଓ ଆକ୍ଟିଭ୍ ବା ବିକିରଣ ଜନିତ କୌଣସି ବିପଦ ସୃଷ୍ଟି ହୋଇନାହିଁ । ପ୍ଲାଣ୍ଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ୍ ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ କାମ କରୁଛି ଏବଂ ବାରାକାରେ ଥିବା ସମସ୍ତ ୪ଟି ଯାକ ରିଆକ୍ଟର ସୁରକ୍ଷିତ ଭାବେ ଚାଲୁ ରହିଛି । ଦକ୍ଷିଣ କୋରିଆର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାରାକା ହେଉଛି ଆରବ ଜଗତର ପ୍ରଥମ ବାଣିଜ୍ୟିକ ଆଣବିକ ଶକ୍ତି କେନ୍ଦ୍ର । ଏହା ସମଗ୍ର ୟୁଏଇର ପ୍ରାୟ ୨୫% ବିଦ୍ୟୁତ ଆବଶ୍ୟକତା ପୂରଣ କରିଥାଏ ।
