କୋରକୁଣ୍ଡା: କୌଣସି ରାଜନୈତିକ ଦଳର ସଦସ୍ୟ ହୋଇପାରିବେ ନାହିଁ ସରକାରୀ ଓକିଲ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଗତ ୧୮ ତାରିଖ ଦିନ ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୨୦ ଜଣ ସରକାରୀ ଓକିଲ ନବରଙ୍ଗପୁର ସାଂସଦଙ୍କ ଉପସ୍ଥିତରେ ବିଜେପି ସଦସ୍ୟତା ଗ୍ରହଣ କରିଥିଲେ । ହେଲେ ଏହା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନର ବିରୋଧ ଅଟେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ମାନ୍ୟବର ସାଂସଦ ଓକିଲଙ୍କ ମାଧ୍ୟମରେ ଆଗାମୀ ପଞ୍ଚାୟତ ନର୍ବାଚନରେ ସତ୍ତା ହାତେଇବେ ବୋଲି କହିଥିଲେ । ହେଲେ ଜଣେ ସରକାରୀ ଓକିଲ ସରକାରଙ୍କ ବ୍ୟବସ୍ଥା ସହ ଜଡିତ ହୋଇ ସାଧାରଣ ଲୋକଙ୍କ ତଥା ସରକାରଙ୍କ ଉଦ୍ଦେଶ୍ୟରେ ଶପଥ ପାଠ କରି କାର୍ଯ୍ୟ କରିଥାନ୍ତି । କଂଗ୍ରସର କିଛି କର୍ମୀ ବିଜେପି ଦଳରେ ସାମିଲ ହେବା ନେଇ ଅପପ୍ରଚାର କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏବେ ସରକାରୀ ଓକିଲ ମାନେ ଯେପରି ଭାବେ ବିଜେପି ଦଳରେ ଯୋଗ ଦେଇଛନ୍ତି ଏହାକୁ ବିରୋଧ କରି କଂଗ୍ରେସ ମାନ୍ୟବର ଉଚ୍ଚନ୍ୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।
