ଭୁବନେଶ୍ୱର: ଓଡ଼ିଆ ଭାଷା ଓ ଜାତିର ଗର୍ବ ଏବଂ ଗୌରବ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ସ୍ମୃତିକୁ ଶତ୍ଶତ୍ ନମନ ଜଣାଯାଉଛି। ସାରା ଓଡ଼ିଶାରେ ଭକ୍ତିଭାବରେ ମଧୁବାବୁଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଥିବା ବେଳେ, ସମବାୟ ବିଭାଗ ପକ୍ଷରୁ କୌଣସି ପ୍ରକାର ସୂଚନା ଓ କାର୍ଯ୍ୟକ୍ରମ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି।ପ୍ରତିବର୍ଷ ସମବାୟ ସପ୍ତାହ ଅବସରରେ ମଧୁବାବୁଙ୍କ ଫଟୋରେ ଫୁଲମାଳା ଦେଇ ସମ୍ମାନ ଜଣାଯାଉଥିବା ସତ୍ତ୍ୱେ, ତାଙ୍କ ଜନ୍ମ ଜୟନ୍ତୀ ଦିନେ ଏପରି ନିରବତା ଥିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ସମବାୟ ଆନ୍ଦୋଳନରେ ତାଙ୍କ ଅସାଧାରଣ ଅବଦାନକୁ ମନେ ପକାଇଲେ, ଏହା ଅତ୍ୟନ୍ତ ଦୁଃଖଦ ଓ ଅସ୍ୱୀକାର୍ଯ୍ୟ ବୋଲି ମତ ପ୍ରକାଶ ପାଇଛି।ମଧୁବାବୁଙ୍କ ନେତୃତ୍ୱ, ସମାଜ ସେବା, ଓଡ଼ିଆ ଭାଷା ଓ ଜାତିର ଉନ୍ନତି ସହ ସମବାୟ ଆନ୍ଦୋଳନ ପାଇଁ ତାଙ୍କ ଅମୂଲ୍ୟ ଅବଦାନ ସଦା ସର୍ବଦା ଆମ ପାଇଁ ପ୍ରେରଣାର ଶ୍ରୋତ ହେଇ ରହିବ।ଏହି ପବିତ୍ର ଅବସରରେ ଆସନ୍ତୁ, ଆମେ ସମସ୍ତେ ତାଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାକୁ ଆହୁରି ଗୌରବମୟ କରିବା ପାଇଁ ସଙ୍କଳ୍ପ କରିବା। ଜୟ ତୁ ସମବାୟ।
