ଅନୁଗୁଳ : ଘରୋଇ ସ୍କୁଲଗୁଡିକରେ ପ୍ରତିବର୍ଷ ଅହେତୁକ ଫୀ ବୃଦ୍ଧି ସହିତ ବାରମ୍ବାର ନାମଲେଖା (ରିଆଡମିସନ୍) ପ୍ରକ୍ରିୟାକୁ ବିରୋଧ କରି ଆଜି ନ୍ୟାସନାଲ୍ ପ୍ୟାରେଣ୍ଟସ୍ ଫେଡରେସନ୍, ଅନୁଗୁଳର କର୍ମକର୍ତ୍ତାମାନେ ସଭାପତି ଶ୍ରୀ ବିଶ୍ୱଜିତ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ ଏହି ସମସ୍ୟା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଏହା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ଖୁବ ଶୀଘ୍ର ଅନୁଗୁଳ ଜିଲ୍ଲାପାଳଙ୍କୁ ମଧ୍ୟ ଆଉ ଏକ ଦାବିପତ୍ର ଦେବାକୁ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ୍ ପ୍ୟାରେଣ୍ଟସ୍ ଫେଡରେସନ୍ର ଜିଲ୍ଲା ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଆଇନୀ ଉପଦେଷ୍ଟା ଓ ଆଇନଜୀବୀ ଶ୍ରୀ ପ୍ରଦୀପ ପ୍ରଧାନ, ଅଭିଭାବକ ଶ୍ରୀ ବିଶ୍ୱଜିତ ପ୍ରଧାନ ଏବଂ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଉପସ୍ଥିତ ଥିଲେ। ଏହା ସମ୍ପର୍କରେ ମହାସଂଘର ରାଷ୍ଟ୍ର ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମିଶ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
