ଭୁବନେଶ୍ୱର : ଗତକାଲି CBSE ୧୦ମ ଶ୍ରେଣୀ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ବସୁଆଘାଇ ସ୍ଥିତ ଡି.ଏମ୍. ପବ୍ଲିକ ସ୍କୁଲରେ ଖୁସିର ଲହରୀ ଖେଳିଯାଇଛି। ଛାତ୍ର-ଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟତ୍ରୀ, ଅଧ୍ୟକ୍ଷ ଏବଂ ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି। ଅଧ୍ୟକ୍ଷ ଶ୍ରୀ ହୃଦାନନ୍ଦ ବେହୁରାଙ୍କ ସୁଚିନ୍ତିତ ନେତୃତ୍ୱ ଓ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ସ୍କୁଲ ୧୦୦% ଫଳାଫଳ ହାସଲ କରିବାରେ ସଫଳ ହୋଇଛି। ସ୍କୁଲର ୯୪% ଛାତ୍ର-ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୧% ଛାତ୍ର-ଛାତ୍ରୀ ୯୦% ରୁ ଅଧିକ ମାର୍କ ପାଇ ସଫଳତା ଲାଭ କରିଛନ୍ତି। ଏହାମଧ୍ୟରୁ ଛାତ୍ର ସାର୍ଥକ ପାଣିଗ୍ରାହୀ ୯୫.୪% ମାର୍କ ପାଇ ସ୍କୁଲରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ସ୍କୁଲକୁ ଗୌରବାନ୍ବିତ କରିଛନ୍ତି। ତାଙ୍କର ଏହି ସଫଳତା ଆଗାମୀ ପିଢ଼ିର ଛାତ୍ର-ଛାତ୍ରୀମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଡି.ଏମ୍. ପବ୍ଲିକ ସ୍କୁଲ ଅଭିଭାବକ ସଂଘର ସଭାପତି ଶ୍ରୀ ପ୍ରଦୀପ୍ତ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି।
