ବାଙ୍କୀ :ବିଜୁ ଜନତା ଦଳ ପକ୍ଷରୁ ବାଙ୍କୀ ଅଞ୍ଚଳରେ ୧୨ ଜଣ ସଦସ୍ୟ ଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ୧୨ ଜଣ ଙ୍କ ଭିତରୁ ଚର୍ଚ୍ଚିକା ସାହିର ୮ ଜଣ ସଦସ୍ୟଙ୍କୁ ସମ୍ମିଳିତ କରାଯାଇଥିବା ବେଳେ, ଏହା ନୟାଗଡ଼ ବିଧାୟକ ଶ୍ରୀ ଅରୁଣ ସାହୁଙ୍କ ନେତୃତ୍ୱରେ ଗଠିତ ହୋଇଛି।ସୂଚନା ଅନୁଯାୟୀ, ଏହି ଟିମ୍ ବିଜୁ ପଟ୍ଟନାୟକ ଜୟନ୍ତୀ ରେ ଫୁଲମାଳା ଅର୍ପଣ କରି ସମ୍ମାନ ଜଣାଇବେ। ତେବେ, ଏହି ୧୨ ଜଣ ସଦସ୍ୟ ମଧ୍ୟରୁ କିଏ ବିଧାୟକ ପ୍ରାର୍ଥୀ ହେବେ, ସେନେଇ ଦଳ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ।ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି ଯେ, ଯଦି ନୟାଗଡ଼ ବିଧାୟକ ଶ୍ରୀ ଅରୁଣ ସାହୁଙ୍କୁ ବାଙ୍କୀରୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଏ, ତେବେ ଶ୍ରୀ ସାହୁ ଙ୍କ ସପକ୍ଷ ରେ ଏକତରଫା ଭୋଟିଂ ହେବା ସହ କେହି ପ୍ରାର୍ଥୀ ନିର୍ଵାଚନ ଲଢି ନପାରନ୍ତି ।ସୂତ୍ର ଅନୁସାରେ ଶ୍ରୀ ସାହୁ ବାଙ୍କି କଲେଜ ରେ ପଢୁଥିବା ବେଳେ ବାଙ୍କି NAC ରେ ଘରେ ଘରେ ପରିଚିତ ।ତେଣୁ ଏହି ନୂଆ ଟିମ କୁ ନେଇ ଶ୍ରୀ ଅରୁଣ କୁମାର ସାହୁ ତାଙ୍କର ନୂଆ ରାଜନୀତିକ ଯାତ୍ରା ଆରମ୍ଭ କରିଛନ୍ତି l
