ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରଭାବଶାଳୀ ନେତା ଗଣେଶ ଭାଇଙ୍କୁ ନେଇ ରାଜନୀତିକ ମହଳରେ ଏବେ ବିଭିନ୍ନ ଚର୍ଚ୍ଚା ଚାଲିଛି। ନିକଟରେ ତାଙ୍କର ଏକ ଫଟୋ ପ୍ରକାଶ ପାଇବା ପରେ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଅଭିଷେକ ସେକ ସାମନ୍ତ ବିଜେପିରେ ଯୋଗ ଦେବେ କି ନାହିଁ ବୋଲି ଚର୍ଚା ଜୋରଦାର ହୋଇଛି।ସୂତ୍ର ଅନୁସାରେ, ଏହି ଫଟୋ କୁ କେହି ସାଧାରଣ ଫୋଟୋ ଭାବେ ଦେଖୁଥିବା ବେଳେ, ଅନ୍ୟମାନେ ଏହାକୁ ଆଗାମୀ ରାଜନୀତିକ ପଦକ୍ଷେପର ଇଙ୍ଗିତ ଭାବେ ବିବେଚନା କରୁଛନ୍ତି। “ମନରେ ମିଶ୍ରଣ ପର୍ବ” ଆରମ୍ଭ ହୋଇଥିବା ବୋଲି ସମବାୟ ପ୍ରେମୀ ଙ୍କ ମହଳରେ ମତ ପ୍ରକାଶ ପାଉଛି।ତଥାପି, ଏହା ନେଇ ଅନେକ ପ୍ରଶ୍ନ ଉଠୁଛି। ଯଦି ସେ ବାସ୍ତବରେ ବିଜେପିରେ ଯୋଗ ଦେବାକୁ ଇଚ୍ଛୁକ, ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ରେ ଆୟୋଜିତ ସମବାୟର ବଡ଼ “ମିଶ୍ରଣ ପର୍ବ”ରେ ସେ ଅଂଶଗ୍ରହଣ କରିନଥିଲେ କାହିଁକି ?ବିଶ୍ଳେଷକ ମାନଙ୍କ ମତରେ, ଏହା ଏକ ରାଜନୀତି ରଣନୀତିକ ଚାଳ ହୋଇପାରେ ଏବଂ ସମୟ ଆସିଲେ ସେ ଚମତ୍କାର ଭାବେ ନୂତନ ଦଳରେ ପ୍ରବେଶ କରିପାରନ୍ତି।ଏହି ଘଟଣାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚାଆଲୋଚନା ଜାରି ରହିଥିବା ବେଳେ, ଆଗାମୀ ଦିନରେ ଏହା ସତ୍ୟ ପ୍ରମାଣିତ ହେବ କି ନାହିଁ—ସେଥିପାଇଁ ସମସ୍ତଙ୍କ ନଜର ରହିଛି।
