ସୁବର୍ଣ୍ଣପୁର: ପୁଳା ପୁଳା ନକଲି ନୋଟ୍ ଥିବା କଳା ସ୍କର୍ପିଓକୁ ଧରିଲା ପୋଲିସ । ସୁବର୍ଣ୍ଣପୁରରେ ଏଭଳି ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି ପୋଲିସ । କଳା ସ୍କର୍ପିଓ, ଦୁଇଟି ମୋବାଇଲ ସହ ଦୁଇ ଜଣକୁ ଗିରଫ କରିଛି ସୋନପୁର ପୋଲିସ । ସୂଚନାଯୋଗ୍ୟ ଯେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା ପୋଲିସ । ସେହି ସ୍କର୍ପିଓରେ ଯୁବକ ମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗ୍ ରହିଥିଲା । ସେହି ବ୍ୟାଗ୍ ଭିତରେ ୧୬୯୫ଟି ୫ ଶହ ଟଙ୍କିଆ ନୋଟ୍ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ସେସବୁ ଟଙ୍କା ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହା ଜାଣି ବ୍ୟାଗ ପୋଲିସ ଜବତ କରିଥିଲା । ବ୍ୟାଗ୍ ରେ ମୋଟ୍ ୮ ଲକ୍ଷ ୪୭ ହଜାର ଟଙ୍କାର ୫ ଶହ ଟଙ୍କିଆ ନୋଟ୍ ବାହାରିଥିଲା । ଏହି ଘଟଣାରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
