ଭୁବନେଶ୍ୱର: ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ଯାଆଁଳା ଏବଂ ଖଣ୍ଡଗିରି ପ୍ରାଥମିକ କୃଷି ସମବାୟ ସମିତି (PACS) ପରିଦର୍ଶନ କରି ସମିତିଗୁଡ଼ିକର ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି।ଗସ୍ତ ସମୟରେ ସେ ସାର ଯୋଗାଣ ଓ ବିକ୍ରୟ ସ୍ଥିତି, ବିକ୍ରୟ ରେଜିଷ୍ଟର, QR Code ମାଧ୍ୟମରେ ଅର୍ଥ ପ୍ରଦାନ ବ୍ୟବସ୍ଥା ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ PACSଗୁଡ଼ିକର ଡେ-ବୁକ୍, ରେକର୍ଡପତ୍ର ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ପ୍ରତ୍ୟକ୍ଷ ଯାଞ୍ଚ ମଧ୍ୟ କରିଥିଲେ।ସମିତିର କାର୍ଯ୍ୟରେ ସ୍ୱଚ୍ଛତା, ଡିଜିଟାଲ୍ ଲେନଦେନ ଏବଂ ନିୟମିତ ରେକର୍ଡ ପରିଚାଳନା ଉପରେ ଗୁରୁତ୍ୱ ଦେଇ ଶ୍ରୀମତୀ ସାହୁ ବିକ୍ରୟ କାର୍ଯ୍ୟ କେବଳ POS ମେସିନ୍ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସମସ୍ତ ଅର୍ଥ ପ୍ରଦାନ ବ୍ୟବସ୍ଥାକୁ QR Code ମାଧ୍ୟମରେ କଡ଼ାକଡ଼ି ଭାବେ ସମ୍ପାଦନ କରିବା ସହ ଲେନଦେନରେ ପୂର୍ଣ୍ଣ ସ୍ୱଚ୍ଛତା ଓ ଜବାବଦେହିତା ନିଶ୍ଚିତ କରିବାକୁ ସେ ସମିତି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ଦ୍ୱାରା PACSଗୁଡ଼ିକର କାର୍ଯ୍ୟକଳାପକୁ ଅଧିକ ସ୍ୱଚ୍ଛ, ଡିଜିଟାଲ୍ ଓ ଜନମୁଖୀ କରିବା ଦିଗରେ ବିଭାଗର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।
